ପିଏମ ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ତରୁଣ କପୁର, ଜାଣନ୍ତୁ ତାଙ୍କ ବିଷୟରେ...
Advertisement
trendingNow11171849

ପିଏମ ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ତରୁଣ କପୁର, ଜାଣନ୍ତୁ ତାଙ୍କ ବିଷୟରେ...

Tarun Kapoor Appointed Advisor Of PM Modi: ଆଦେଶ ଅନୁଯାୟୀ, କ୍ୟାବିନେଟର ନିଯୁକ୍ତି କମିଟି (ACC) କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି । ତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ବରିଷ୍ଠ ଅମଲାତନ୍ତ୍ର ହରି ରଂଜନ ରାଓ (Hari Ranjan Rao) ଓ ଅତିଶ ଚନ୍ଦ୍ର (Atish Chandra) ଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି ।

ପିଏମ ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ତରୁଣ କପୁର, ଜାଣନ୍ତୁ ତାଙ୍କ ବିଷୟରେ...

ନୂଆଦିଲ୍ଲୀ: Tarun Kapoor Appointed Advisor Of PM Modi: ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁର (Tarun Kapoor) ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି । ସୋମବାର ପେଟ୍ରୋଲିୟମ ମନ୍ତ୍ରଣାଳୟ (Petrolium Ministry) ପକ୍ଷରୁ ଜାରି କରାଯାଇଥିବା ଏକ ଆଦେଶରେ ଏହି ସୂଚନା ଦିଆଯାଇଛି । ତରୁଣ କପୁର ହେଉଛନ୍ତି ଆଇଏଏସର ୧୯୮୭ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡର ଅଧିକାରୀ । ସେ ୩୦ ନଭେମ୍ବର ୨୦୨୧ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ପଦରୁ ଅବସର ନେଇଥିଲେ ।

ଆଦେଶ ଅନୁଯାୟୀ, କ୍ୟାବିନେଟର ନିଯୁକ୍ତି କମିଟି (ACC) କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି । ତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ବରିଷ୍ଠ ଅମଲାତନ୍ତ୍ର ହରି ରଂଜନ ରାଓ (Hari Ranjan Rao) ଓ ଅତିଶ ଚନ୍ଦ୍ର (Atish Chandra) ଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଭାରତର ୫ଟି ବଡ଼ ଚୋର ବଜାର ବିଷୟରେ, ଯେଉଁଠାରେ ଶସ୍ତାରେ ମିଳିଥାଏ ସବୁକିଛି

ଏହା ବି ପଢ଼ନ୍ତୁ:-ଗିରଫ ହେବେ ଇମ୍ରାନ ଖାନ!

ଏହା ବି ପଢ଼ନ୍ତୁ:-ଛୁଟିରେ ଯିବେ ପୁଟିନ! ଋଷକୁ ସମ୍ଭାଳିବେ ଏହି ବ୍ୟକ୍ତି

ସୂଚନାଯୋଗ୍ୟ, ରାଓ ମଧ୍ୟପ୍ରଦେଶ କ୍ୟାଡରର ୧୯୯୪ ବ୍ୟାଚର ଆଇଏସ୍ ଅଧିକାରୀ । ବର୍ତ୍ତମାନ ସେ ଦୂର ସଞ୍ଚାର ବିଭାଗରେ ୟୁନିଭର୍ସାଲ୍ ସର୍ଭିସ୍ ଅବ୍ଲିଗେଶନ ଫଣ୍ଡରେ ପ୍ରଶାସକ ପଦରେ ଅଛନ୍ତି । ଅତିଶ ଚନ୍ଦ୍ର ରାଓ ଜଣେ ବିହାର କ୍ୟାଡର ଅଧିକାରୀ । ତାଙ୍କୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ପୋଷ୍ଟ କରାଯାଇଛି। ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅତିଶ ଚନ୍ଦ୍ର ମଧ୍ୟ କୃଷି, ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି ।

Trending news